
ନୂଆପଡ଼ା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ଗ୍ରାମାଞ୍ଚଳରେ ଭାରତୀୟ ଜନତା ପାର୍ଟିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଖଡିଆଳ ବ୍ଲକର ନେହେନା, ବିଛନାପାଲି, ତୋର୍ଲି, ଚିଚେର, ସରଗାଦି, ଲଛିପୁର, ମୋହରା, ଚନୁଟମାଲ, ଅରେଡା, ସାନବାହେଲି, ଅମଲାପାଲି, ବଡମୁଲା, ଜୁନାନୀ, ବାଦୀ, ପଦମପୁର ସହ ଅନ୍ୟାନ୍ୟ ଗ୍ରାମରେ ପହଂଚି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏହି ପଦଯାତ୍ରାରେ ଦେବଦେବ ପ୍ରସାଦ ସିଂଦେଓ, ସୁବ୍ରତ ଠାକୁର, ହରୀ ପ୍ରଧାନୀ, ଚିତରଞ୍ଜନ ମହାପାତ୍ର, ଅତିନ୍ଦ୍ର ମଲ୍ଲିକ, ସମ୍ଭୁ ଅଗ୍ରୱାଲ, ପ୍ରଶାନ୍ତ ଦାଶ, ଚିତମନ ସିନ୍ଦୁର, ମକର ସାହୁ, ଶିବରମଣ ସିଂଦେଓ, ଯୁଗଲ ଦଣ୍ଡସେନା, କ୍ଷିରପ୍ରସାଦ ରାଉତଙ୍କ ସମେତ ଅନ୍ୟାନ୍ୟ ବିଜେପି କର୍ମକର୍ତା ସାମିଲ ଅଛନ୍ତି ।