ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ୩୨୦ଜଣ ନୂଆ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୮ଜଣ...
Month: August 2020
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଜଗନ୍ନାଥ ପ୍ରସାଦ ବ୍ଲକ ର ବିଡିପୁର...
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ ଭଞ୍ଜନଗର ନିକଟ ତୁଳସୀ ପଲ୍ଲୀ ବଡ଼ ଦାଣ୍ଡ ସାହିରେ ରହୁଥିବା ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ପୁଅ ପ୍ରଦୀପ କୁମାର...
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ ଜଗନ୍ନାଥପ୍ରସାଦବ୍ଲକ ଅନ୍ତର୍ଗତଜଗନ୍ନାଥ ପ୍ରସାଦ ପଞ୍ଚାୟତ ଆଜ୍ଞାପ୍ରସାଦ ଗ୍ରାମର ଖଲିଆ ନାୟକ ବୟସ(65ବର୍ଷ )...
ବ୍ରହ୍ମପୁର : କୁକୁଡାଖଣ୍ଡି ତହସିଲ ଓ ବ୍ରହ୍ମପୁର ଅବକାରୀ ବିଭାଗର ସଦର ରେଞ୍ଜ ଅନ୍ତର୍ଗତ ଢ଼େପାଗୁଡା ଗ୍ରାମରେ ରବିବାର ଚଢ଼ାଉକରି ବିପୁଳ ପରିମାଣରେ...
ବ୍ରହ୍ମପୁର: କରୋନା ସଙ୍କଟ ଭିତରେ ରାଜ୍ୟରେ ଦେଖାଦେଇଛି ରକ୍ତର ଅଭାବ । ରାଜ୍ୟରେ ୮୦ହଜାର ରକ୍ତଜନୀତ ରୋଗୀ ଥିବାବେଳେ ୫୬ଟି ରକ୍ତ ଭଣ୍ଡାର...
ଚିକିତ୍ସିତ ମହିଳାଙ୍କ ମୃତ୍ୟୁ, ଘଟଣାର ନିରପେକ୍ଷ ତଦନ୍ତ ଦାବିକଲେ ପରିବାର ଲୋକେ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସା ଅବହେଳାରୁ ଜଣେ...
ବ୍ରହ୍ମପୁର : ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କରୋନା ସଂକ୍ରମଣ ଚିହ୍ନଟ ହେବା ଠାରୁ ଆରମ୍ଭକରି ମୃତକଙ୍କ...
୪ବର୍ଷ ଶିଶୁକନ୍ୟାର ଥୋଡିରେ ପଶିଥିବା ଲୁହା ରଡ୍କୁ ବାହାରକଲେ ଡାକ୍ତରୀ ଦଳ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜିର ଶିଶୁଶଲ୍ୟ...
ନୂଆଦିଲ୍ଲୀ-କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ଏହି ସମୀକ୍ଷା ଅନୁସାରେ ଆଉ ୩ଟି ରାଜ୍ୟ ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏହି ନୂଆ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିବା ଜଣାପଡିଛି । ଏଥିପାଇଁ ଯେଉଁ ବୈଷୟିକ ଆବଶ୍ୟକତା ଓ ପ୍ରସ୍ତୁତି ଦରକାର ଥିଲା ତାହା ଏହି 4ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଆଜି ଅର୍ଥାତ୍, 2020 ଅଗଷ୍ଟ ପହିଲା ସୁଦ୍ଧା ଦେଶର 24ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି । ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ସେଗୁଡିକ ହେଲା- ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏଥିସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ 80 ଶତାଂଶ ବା 65 କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ । ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା 2021 ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କେନ୍ଦ୍ରର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏକ ମହତ୍କାଂକ୍ଷୀ କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ଜନସାଧାରଣଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡିକାର୍ଡ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଏହାର ଲକ୍ଷ୍ୟ । 2013 ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁମାନେ ମାଗଣା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ନିଜ ରାଜ୍ୟ ଛାଡି ଦେଶର ଯେକୌଣସି ରାଜ୍ୟରେ ରହିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଏହିସବୁ ସାମଗ୍ରୀ ସଂଗ୍ରହ କରିପାରିବେ ।