May 10, 2025

Month: May 2020

ନୂଆଦିଲ୍ଲୀ– ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୭୮ ହଜାର ୨୬ରେ ପହଞ୍ଚିଥିବା ବେଳେ ମୋଟ ୩ ଲକ୍ଷ ୫୧...
ନୂଆଦିଲ୍ଲୀ– ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି...
ନୂଆଦିଲ୍ଲୀ– ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ଯାହା ଏପ୍ରିଲ 2020 ପାଇଁ ଧାର୍ଯ୍ୟ ହୋଇଥିଲା । କୋଭିଡ-19...
ନୂଆଦିଲ୍ଲୀ-ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର...
 ନୂଆଦିଲ୍ଲୀ– ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ଶ୍ରେଣୀର ପର୍ଯ୍ୟଟକମାନଙ୍କ ରହିବା କ୍ଷମତାକୁ ବିଚାରକୁ ନେଇ ହୋଟେଲଗୁଡ଼ିକୁ ତାରକା ମାନ୍ୟତା ପ୍ରଦାନ କରିଥାଏ । ଏହି...
ଜୟପାଟଣା– ଦିନକୁ ଦିନ ପ୍ରବାସୀମାନଙ୍କ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ତଦନୁରୁପ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରହିଥିବା ପ୍ରସୂତୀମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ଚିକିତ୍ସାକୁ ନେଇ ଅନେକ ସମସ୍ୟା ମୁଣ୍ଡ ଟେକୁଛି । ଠିକ୍ ଏତିକି ବେଳେ ସଂଘରୋଧରେ ଥିବା ଜଣେ ପ୍ରସୂତୀ ମହିଳାଙ୍କୁ ଦାୟିତ୍ୱରେ ଥିବା ସରପଞ୍ଚ  ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନବୀୟତାର ପରିଚୟ ଦେଇଥିବା ଘଟଣା ଏଠାରେ ବେଶ୍ ଚର୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ ଗତ ସୋମବାର ଦିନ ଜୟପାଟଣା ବ୍ଳକ୍ ଅନ୍ତର୍ଗତ ପ୍ରତାପପୁର କ୍ୱାରେନ୍‌ଟାଇନ୍ ରେ ରହିଥିବା ପ୍ରସୂତୀ ମହିଳା ସାବିତ୍ରୀ ପରାଭୋଇ (୨୦) ସ୍ୱାମୀ ଲିଙ୍ଗ ପରାଭୋଇ ଉଭୟେ ସଂଘରୋଧ କେନ୍ଦ୍ରରେ ରହିଥିଲେ । ଠିକ୍ ରାତି ୨ଟା ବେଳେ ସାବିତ୍ରୀଙ୍କ ଗର୍ଭ ବେଦନା ଆରମ୍ଭ ହୋଇଥିଲା ସ୍ୱାମୀ ଅନନ୍ୟ ଉପାୟ ନଦେଇ କେନ୍ଦ୍ରରେ ରହିଥିବା ସରପଞ୍ଚ ନବୀନ ଧଙ୍ଗଡ଼ାମାଝୀଙ୍କୁ ଖବର କରିଥିଲେ । ସେ ପି.ଇ.ଓ. ଜିତେନ୍ଦ୍ର କୁମାର ଙ୍କୁ ଖବର ଦେବା ପରେ ତତ୍‌କ୍ଷଣାତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହିଞ୍ଚ ସ୍ୱାସ୍ଥ୍ୟ ଅଧିକାରୀ ସୋମନାଥ ମେହେର ଙ୍କ ସାଙ୍ଗରେ ଯୋଗାଯୋଗ ରଖି ଆମ୍ପୁଲାନ୍ସ୍ ପାଇଁ ସମସ୍ତ ପ୍ରକାର ସମ୍ପର୍କ ରହି ବିଫଳ ହୋଇଥିଲେ ପରେ ଉପଲବ୍ଧ ଥିବା ଚାଳକ ବୀହିନ ଶବ ବାହକ ଗାଡ଼ିକୁ ପି.ଇ.ଓ. ନିଜେ ଡ଼୍ରାଇଭ୍ କରି କେନ୍ଦ୍ର ରେ ପହଞ୍ଚାଇ ଥିଲେ । ଡ଼ାକ୍ତର ମେହେର ମଧ୍ୟ ଭୋର ୪ଟା ବେଳେ  ଏକ ସ୍କୁଟି ଯୋଗେ ଘଟଣା ସ୍ଥଳରେ ପହଞ୍ଚି ପିଡ଼ୀତାକୁ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଇ ଥିଲେ । ସେଠାରେ ଏକ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ଼ରେ ରଖା ଯାଇଥିଲା । ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ଜୟପାଟଣା ବ୍ଳକ୍ ରେ ୯ ଜଣ ପ୍ରସୂତୀ ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଅଦ୍ୟାବଧି ଜୟପାଟଣାର ମୋଟ ୫୦ଟି କେନ୍ଦ୍ରରେ ୧୮୮୪ ଜଣ ସଂଘରୋଧରେ ଥିବା ବେଳେ ୨୮୮ ଜଣ ମହିଳା ଥିବାର ଜଣାପଡ଼ିଛି । ଇତି ମଧ୍ୟରେ ସଂଘରୋଧ ସମୟ ପୂର୍ଣ୍ଣାଙ୍ଗ କରିଥିବା ୨୨୧ ଜଣଙ୍କୁ ଡ଼ିସ୍‌ଚାର୍ଜ କରାଯାଇଥିବା ସୂଚନା । ମୋଟ ୧୪୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ୧୨୪ ଜଣଙ୍କ ନେଭେଟିଭ୍ ରିପୋର୍ଟ ପହଞ୍ଚି ସାରିଥିବା ବେଳେ ଅନ୍ୟ ୨୪ ଜଣଙ୍କ ଫଳାଫଳ ଅଦ୍ୟାବଧି ପହଞ୍ଚି ନଥିବା ଜଣାପଡ଼ିଛି ।
error

Enjoy this blog? Please spread the word :)

Follow by Email
Instagram
Telegram