କେନ୍ଦ୍ରାପଡ଼ା – ଗତକାଲି ରାତିରେ କେନ୍ଦ୍ରାପଡା ସହରସ୍ଥ ଗୋପ ଗ୍ରାମ ବାସଭନରେ ସମାଜସେବୀ ମହିଳା ପ୍ରଭାସିନୀ ଦାସଙ୍କ (୬୨) ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି । ସେ କିଛି ମାସ ଧରି ଫୁସ୍ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ପୂର୍ବତନ ଅର୍ଥର୍ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଶାଳୀ ହୋଇଥିଲାବେଳେ ସମାଜସେବୀ ମହିଳାଭାବେ ସ୍ଥାନୀୟ ଅଂଚଳରେ ପ୍ରିୟପାତ୍ର ଥିଲେ । ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନ ସହିତ ସଂପୃକ୍ତ ରହି କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳର ଅପୁରଣୀୟ କ୍ଷତି ହେଲାବୋଲି ଗ୍ରାମବାସୀମାନେ କହିଛନ୍ତି । ତାଙ୍କ ମୃତ ଶରୀର ନିକଟରେ ତାଙ୍କ ସ୍ୱାମୀ ବିଶିଷ୍ଟ ବ୍ୟବସାୟୀ ଉମାକାନ୍ତ ଦାସ, ପୁତ୍ର ଡା. ଗୋରୀଶଙ୍କର ଦାସଙଙ୍କ ସମେତ ବଡ ଝିଅ, ଜ୍ୱାଇଁ ଏବଂ ସାନଝିଅ ଉପସ୍ଥିତ ଥିଲେ । ସହରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମରଶରୀରର ପୁଷ୍ପମାଲ୍ୟ ଅର୍ପର୍ଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା ।
Related Stories
October 25, 2024