ଗଂଜାମ – ଗଂଜାମ ଜିଲ୍ଲାରେ ଏଇ କିଛି ଦିନ ହେଲା ଡ଼େଙ୍ଗୁରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପୁଣି ଆଉ ଜଣେ ଶେରଗଡ଼ ବ୍ଲକ ଅଂଚଳରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ସେ ହେଲେ ଠୁରୁ ବୁରାଇ ଗ୍ରାମର ନାରାରୟଣ ସ୍ୱାଇଁ (୧୮) । ସେ ବର୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ୪ ନମ୍ବର ଡେଙ୍ଗୁୱାର୍ଡ଼ରେ ରହି ଚିକିତ୍ସିତ ହେଉଛନ୍ତି । ନାରାୟଣ ସ୍ୱାଇଁ ମୁମ୍ବାଇରେ ଥିଲେ । ସେଠାରୁ ଜ୍ୱରାକ୍ରାନ୍ତ ହୋଇ ଘରକୁ ଫେରିଥିଲେ । ଠେଙ୍ଗୁ ଜ୍ୱର ସଂକ୍ରମଣରେ ଗଂଜାମ ଜିଲ୍ଲା ବିଶେଷ କରି ଶେରଗଡ଼ ବ୍ଲକର ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି । ଜନସାଧାରଣଙ୍କୁ ସାହସ ଓ ସତେନ ଦେବା ପାଇଁ ପିତଳ ଧର୍ମାନନ୍ଦ ମହିଳା ସମିତି, ଗାଁ କଲ୍ୟାଣ ସମିତି ପକ୍ଷରୁ ପ୍ରବଳ ଉଦ୍ୟମ ଚଶଳିଥିବା ଜଣପଡ଼ିଛି । ଏହି ଅଂଚଳରେ ଅଙ୍ଗନବାଡ଼ି କର୍ମୀ ଗୀତାଂଜଳୀ ନାୟକ, କାଦମ୍ବିନୀ ନାୟକ, ଏ. ସୁଜାତା, ନମିତା ବେହେରା, ପୁଷ୍ପାଂଜଳୀ ପଣ୍ଡା, ଆଶାକର୍ମୀ ବିଷ୍ଣୁ ପ୍ରିୟା ପାଢ଼ୀ, ରୀତା ମହାପାତ୍ର, ଲକ୍ଷ୍ମୀ ପଣ୍ଡା, ମଂଜୁଲତା ବଡ଼ୁ, ଜ୍ୟୋତ୍ସ୍ନା ନାୟକ, ଗାଁ କଲ୍ୟାଣ ସମିତି ସଭାରେ ବି. ପଦ୍ମାବତୀ ପାତ୍ର, ସରପଂଚ ରଙ୍ଗବତୀ ବେହେରା, ୱାର୍ଡ଼ ସଭ୍ୟା ରଙ୍ଗବତୀ ସାହୁ, ନାଏବ ସରପଂଚ ନାରାୟଣ ନାୟକ ଓ ୱାର୍ଡ଼ ସଭ୍ୟ ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ ଘର ଘର ବୁଲି ରୋଗ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି ।
Related Stories
October 25, 2024