ନୂଆପଡ଼ା – ନୂଆପଡା ଜିଲ୍ଲା ଖଡିଆଳ ଜିଲାର ପ୍ରମୁଖ ସହର । ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଜିଲାର ଖଡିଆଳ, ସିନାପାଲି, ବୋଡେନ, କୋମନା ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ପଡୋଶୀ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା, ଖଡିଆଳକୁ ଲାଗି ଥିବା ନିକଟସ୍ଥ କଲାହାଣ୍ଡି ଜିଲ୍ଲାର ବୋର୍ଡା ଓ ପଡୋଶୀ ଛତିଶଗଡ ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ଦୈନିକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦୦ ରୁ ୫୦୦ ରୋଗୀ ଏଠାରେ ନିର୍ଭର କରିଥାନ୍ତି । ହେଲେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ସ୍ୱାସ୍ଥ୍ୟ ସେବାକୁ ଏକ ପ୍ରକାରର ବିପର୍ଯ୍ୟସ୍ତ କରିଦେଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ ବିଶେଷଜ୍ଞ ଡାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ଜଣେ ଏମ.ଓ ଇନଚାର୍ଜ ରହିବା କଥା । କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ଏଠାରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପି.ଚି ଆଚାରୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି । ଫଳରେ ଗତ ୫/୬ ଦିନ ହେବ ରୋଗୀ ମାନେ ନାହିନଥିବା ଅସୁବିଧା ଭୋଗ କରୁଛନ୍ତି । ବିଶେଷକରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ମୋଟ ରୋଗୀର ୭୦/୮୦ ପ୍ରତିଶତ ରୋଗୀଙ୍କ ଚିକିତ୍ସା କରୁଥିଲେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପି.ଚି ଆଚାରୀ । କିନ୍ତୁ ତାଙ୍କୁ ବିନା କାରଣରେ ବଦଳି କରାଯାଇ ଡାକ୍ତରଖାନାର ସମସ୍ୟାକୁ ଦ୍ୱିଗୁଣିତ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ବର୍ତମାନ ଏହି ଡାକ୍ତରଖାନାକୁ ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ଆଣି ଲୋକେ ନିରାଶ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଡାକ୍ତର ସମସ୍ୟାର ସମାଧାନ ଦାବୀ ନେଇ ଖଡିଆଳ ଅଞ୍ଚଳର ସଚେତନ ନାଗରିକ ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଭିଯୋଗ ଅଭିଯୋଗରେ ରହିଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଡାକ୍ତର ସମସ୍ୟାର ସମାଧାନ କରିପାରୁନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଲାଗିରହିଥିବା ଡାକ୍ତର ସମସ୍ୟାର ସମାଧାନ କରିବା ସହ ଅତିଶିଘ୍ର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
October 25, 2024