
ଭୁବନେଶ୍ୱର- ଯୁକ୍ତ ଦୁଇ ନାମ ଲେଖା, ଆଜି ଆସିବ ପ୍ରଥମ ମେଧା ତାଲିକା । ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ।
ସାମ୍ସ ପୋର୍ଟାଲ ଜରିଆରେ ଗତ ମେ’ ୨୪ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଥିଲା। ଆବେଦନର ଶେଷ ତାରିଖ ଜୁନ ୩୦ ରାତି ରହିଥିଲା। ରାଜ୍ୟରେ ମୋଟ ୨୪୧୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୬୮ ହଜାର ୫୬୭ ଆସନ ରହିଛି। ନାମଲେଖା ପାଇଁ ୪ ଲକ୍ଷ ୭୪ ହଜାର ୮୮୧ ଜଣ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୪୬ ହଜାର ୨୦୬ ଜଣ ଅନଲାଇନରେ ଆବେଦନ କରିଥିଲେ।