-
ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହେଲା ମନ୍ଦିର ପ୍ରାଙ୍ଗଣ
ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ପବିତ୍ର ମହା ଶିବରାତ୍ରି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ଭଜନ ସମାରୋହ ଅନୁଷ୍ଠିତ ହୋଇଛି |ବରପୁଟ ଗ୍ରାମବାସୀ ମାନେ ଭକ୍ତିପୂତ ଭାବେ ଉପବାସ କରି ଦୀପ ଜଳାଇ ଉଜାଗର ରହିଥିବା ବେଳେ ଏହି ଭଜନ ସମାରୋହ ଅଧିକ ଭାବ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା | ଭକ୍ତିମୟ ଭଜନ ସମାରୋହରେ ଭଜନ ପରିବେଷଣ ସମୟରେ ଭକ୍ତମାନେ ଭାବବିହ୍ୱଳ ହୋଇ ନୃତ୍ୟ କରିବା ସହିତ ହୁଳହୁଳି ଓ କରତାଳି ରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ପ୍ରାଙ୍ଗଣ ପ୍ରକମ୍ପିତ ହୋଇଉଠିଥିଲା |
ଭୁବନେଶ୍ୱର ରୁ ଆସିଥିବା ତୁଳସୀ ଭଜନ ସନ୍ଧ୍ୟାର କଣ୍ଠଶିଳ୍ପୀ ତୃପ୍ତି, ଭବାନୀ ଏବଂ ରବୀନ୍ଦ୍ର ମଞ୍ଚରେ ଭଜନ ପରିବେଷଣ କରିଥିଲେ ଓ ବାଦ୍ୟ ଯନ୍ତ୍ରରେ ଧନେଶ୍ୱର, କାନ୍ହା, ଭାଗ୍ୟଧର, କାବୁଲି ପ୍ରମୁଖ ଉପସ୍ଥିତ ଥିଲେ |ଏହି ଭଜନ ସନ୍ଧ୍ୟାରେ ବରପୁଟ ଗ୍ରାମର ହରିବନ୍ଧୁ ପଣ୍ଡା, ସୁଦାମ ଖଟୁଆ,କୈଳାଶ ଚନ୍ଦ୍ର ଖଟୁଆ, ଚୈତନ୍ୟ ପଣ୍ଡା, ରଘୁନାଥ ପଣ୍ଡା, ଦୀପକ ପଣ୍ଡା, ମାନଗୋବିନ୍ଦ ସ୍ୱାଇଁ, ଫକୀର ରଣା, ଲକ୍ଷ୍ମୀଧର ମହାରଣା, ସତ୍ୟନାରାୟଣ ପଣ୍ଡା, ସୁନୀଲ କୁମାର ପଣ୍ଡା, ବିଶ୍ୱରଂଜନ ପଟ୍ଟନାୟକ, ସରୋଜ କୁମାର ଦାସ, ଶରତ କୁମାର ଦାସ,ସରୋଜ ରଣା ଏବଂ ବାବା ବାଲୁଙ୍କେଶ୍ୱର ଦେବଙ୍କ ସେବକ ମାନେ ସହଯୋଗ କରିଥିଲେ |