ଧର୍ମଶାଳା – ଯାଜପୁର ଜିଲା ବଡଚଣା ଆଂଚଳିକ ଜନଚେତନା ସାମାଜିକ ସ୍ୱେଛାସେବୀ ପରିଷଦର ୧୮୩ତମ ସାଧାରଣ ବୈଠକ ଛତିଆସ୍ଥିତ ପ୍ରସିଦ୍ଧ ଅମରାବତୀ ପୀଠଠାରେ ସ୍ଥାୟୀ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିଥି ଭାବେ ଅଧ୍ୟାପିକା ପ୍ରଣବ କୁମାର ଦାସ, ଅଧ୍ୟାପକ ବ୍ରଜକିଶୋର ସ୍ୱାଇ, ପ୍ରଦୀପ୍ତ କୁମାର ସାହୁ, ଉମେଶ କୁମାର ଶିବଦାସ ଓ ଇଂ ସଞ୍ଜୟ କୁମାର ସାହାଣି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଆଂଚଳିକ ଜନଚେତନା ସ୍ୱେଛାସେବୀ ଅନୁଷ୍ଠାନ ଜିଲ୍ଲାର ଅଗ୍ରଣୀ ସଂଗଠନ ଭାବେ କାର୍ଯ୍ୟକରି ଆସୁଅଛି ବୋଲି ପ୍ରଦୀପ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବଡଚଣାରେ ଜଙ୍ଗଲ ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ଅଧିକ ଦାୟିତ୍ୱ ବହନ କରିବା ଦରକାର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡଚଣାର ବିଭିନ୍ନ ଡାକ୍ତରଖାନାରେ ରୋଗୀମାନଙ୍କୁ ଦଲାଲମାନଙ୍କ କବଳରୁ ରକ୍ଷା କରିବା ପାଇଁ ଡାକ୍ତରମାନେ ଦୃଷ୍ଟି ଦେବାର ଆବଶ୍ୟକତା ରହିଅଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କାର୍ଡଧାରୀ ମାନଙ୍କୁ ଠିକ ଭାବରେ ସେବା କରିବା ଦରକାର । ଦେବାଦେବୀ ପୀଠର ଉନ୍ନତିକରଣ, ଭାଗବତ ଟୁଙ୍ଗୀ, ଦେଉଳକୁରସ୍ଥିତ ଧର୍ମରାଜ ପ୍ରଭୁ ଯୁଧିଷ୍ଠିର ପୀଠ ବେଦୀହୁଡା ଠାରେ ମନ୍ଦିର ପ୍ରତିଷ୍ଠା ପାଇଁ ରାଜ୍ୟ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ଦୃଷ୍ଟିପଡିବା ପାଇଁ ଅନୁରୋଧ କରାଯାଇଛି । ୧୬ ନଂ ଜାତୀୟ ରାଜପଥର ବଡଚଣା ଠାରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟତଃ ଦୃଷ୍ଟି ଆକର୍ଷଣ କରାଯାଇଛି । ସରକାର ଯେଉଁଭଳି ଭାବରେ ସଡକ ସୁରକ୍ଷା ଓ ବାଇକ ଚାଳକ ମାନେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଚଣ୍ଡିଖୋଲ ଛକଠାର ଦୁର୍ଘଟଣାକୁ ରୋକିବା କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡକଡି ଭାବେ ପଦକ୍ଷେପ ନିଆଯିବା ପାଇଁ ସଭାରେ ଅତିଥିମାନେ ଆଲୋଚନା କରି ଯାଜପୁର ଜିଲ୍ଲ।।ପଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ପରିଷଦରେ ନୂତନ ସଂପାଦକ ଭାବରେ ସଞ୍ଜୟ କୁମାର ସ୍ୱାଇଁ, ବିଷ୍ଣୁ ଚରଣ ମହାନ୍ତି ଓ ସରୋଜ କୁମାର ଓଝାଙ୍କୁ ମନୋନୀତ କରାଯାଇଛି ବୋଲି ସଭାପତି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ । ଶେଷରେ ଅକ୍ଷୟ କୁମାର ସିଂ ଓ ବାପୁନୀ ସାହୁ ସମସ୍ତ ବନ୍ଧୁ ମାନଙ୍କୁ ମିଷ୍ଠାନ ବଂଟନ କରିଥିଲେ ।
Related Stories
October 25, 2024