ଜଟଣୀ – ଜଟଣୀ ପୈାର ପରିଷଦର ୱାର୍ଡ ନଂ ୫ ଗଜପତିନଗର ପଡିଆ ପାଲଟିଛି ଡମ୍ପୟାର୍ଡ । ଏକ ଜନବସତି ପରିବେଶ ମଧ୍ୟରେ ମାସ ମାସ ଧରି ଅଳିଆ ଆବର୍ଜନା ଜମାଇ ଅଚଂଳବାସୀଙ୍କୁ ରୋଗାଗ୍ରସ୍ଥ କରାଉଥିବା ଅଭିଯୋଗ ହୋଇଛି । ସୁଚନାନୁସାରେ, ଜଟଣୀ ପୈାରପରିଷଦର ୱାର୍ଡ ନଂ ୫ ଅଧିନରେ ଥିବା ବିନୋଦ କଲୋନୀ, ଯୋଗୀ ପାତୁଳ ଲେନ୍, ବେଣୁ ସେଠୀ ଗଳି, ବାଲିଛକ ସାହି ରୋଡ ଏବଂ ଗଜପତି ନଗର ଅଂଚଳର ଅଳିଆ ଆବର୍ଜନା ଗୁଡିକୁ ଉକ୍ତ ୱାର୍ଡ ପାଇଁ ଥିବା ସଫେଇ କର୍ମଚାରୀ ମାନେ ନିୟମିତ ଭାବେ ଜନ ବସତି ମଧ୍ୟରେ ଥିବା ଏକ ଖେଳ ପଡିଆରେ ମାସ ମାସ ଧରି ଜମା କରି ଦେଉଛନ୍ତି । ସ୍ଥାନୀୟ ବାସିନ୍ଦାମାନେ ଏଠାରେ ଯେତିକି ଆବର୍ଜନା ପକାଉଛନ୍ତି,ସେହି କ୍ରମରେ ୪ ଜଣ ସଫେଇ କର୍ମଚାରୀ ପ୍ରତିଦିନ ଏଠାରେ ବିଭିନ୍ନ ସ୍ଥାନରୁ ଆବର୍ଜନା ଆଣି ପକାଇ ଆବର୍ଜନାର ପାହାଡ ସୃଷ୍ଟି କରି ସାରିଲେଣି । ଫଳରେ ଏଠାରେ ରହୁଥିବା ବାସୀନ୍ଦାମାନେ ପିଲା ଛୁଆଙ୍କୁ ନେଇ ରହିବାରେ ଅତିÂ ମଣିଲେଣି । ଦୁର୍ଗନ୍ଧରେ ନାକ ଫାଟି ପଡୁଛି, ଲୋକେ ଏହି ବାଟ ଦେଇ ଯାତାୟତ କରି ପାରୁ ନାହାନ୍ତି । ଦିର୍ଘ ବର୍ଷ ଠାରୁ ଏଠାରେ ଅଳିଆ ଆବର୍ଜନା ପକାଇ ଆସୁଥିବା ବେଳେ ପ୍ରଥମେ ସପ୍ତାହକୁ ଥରେ, କିଛି ଦିନ ପରେ ୧୫ ଦିନରେ ଥରେ ପୁଣି ମାସକୁ ଥରେ ଆବର୍ଜନା ଏଠାରୁ ଉଠାଇ ନେଇ ଥିବା ବେଳେ କିଛି ଦିନ ପରେ ୩ ମାସରେ ଥରେ ନେଇ ଏବେ ଦିର୍ଘ ଦିନ ଠାରୁ ଆଦୈା ନେଉ ନ ଥିବା ଅଭିଯୋଗ ହେଉଛି । ଆବର୍ଜନାରେ ପଲିଥିନ, ସିଙ୍ଗଲ ଇଉଜ୍ ପ୍ଲେଟ୍, ଯୋତା, ଚପଲ, ବିଭିନ୍ନ ଖାଦ୍ୟ ପଦାର୍ଥ ପଡୁଥିବା ବେଳେ ଏହାକୁ ଗାଈ, ଗୋରୁ, ଛେଳି,ମେଣ୍ଢା, କୁକୁର, ବିଲେଇ ଇତ୍ୟାଦି ପଶୁମାନେ ଖାଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହା ବ୍ୟତିତ ଏଠାକାର ପରିବେଶ ଅତି ଦୟନୀୟ ହୋଇ ରହିଥିବା ବେଳେ ଏହି ୱାର୍ଡକୁ ଦୁର୍ଗନ୍ଧ ମୟ ସାହି ଭାବେ ଲୋକେ ପରିଗଣିତ କରୁଛନ୍ତି । ଏହି ୱାର୍ଡ ପାଇଁ ଥିବା ୬ ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଲଗାତାର ଏଠାରେ ଅଳିଆ ଆବର୍ଜନା ପକାଉଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା କହିଥିଲେ । ଅନ୍ୟ ପକ୍ଷରେ ଉକ୍ତ ସଫେଇ କର୍ମଚାରୀମାନେ ଏହି ୱାର୍ଡ ବ୍ୟତିତ ପୈାରପରିଷଦର ଆହୁରି କେତେକ ୱାର୍ଡରେ ସଫେଇ କାର୍ଯ୍ୟ ଠିକ୍ ଠାକ୍ ଭାବେ କରୁ ନ ଥିବା କେତେକ କାଉନସିଲର ମଧ୍ୟ ପୈାରନିର୍ବାହୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ତେବେ ଏହି ୫ ନଂ ୱାର୍ଡକୁ ଯଦି ଯଥା ଶିଘ୍ର ସଫେଇ କରା ନ ଯାଏ, ତେବେ ଆଗାମୀ ଦିନରେ ଏକ ଜନ ଆନେ୍ଦାଳନ ହେବ ବୋଲି ,ଜାତିୟ ମାନବଧିକାର ସଂଗଠନର ସଭାପତି ବାସୁଦେବ ସେଠୀ କହିଛନ୍ତି ।
Related Stories
January 8, 2025