ବାରିପଦା – ଏମ.କେ.ସି. ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତଶିକ୍ଷକ ପଣ୍ଡିତ ଆଦିତ୍ୟ କୁମାର ପ୍ରହରାଜଙ୍କ ଲିଖିତ ଅଥର୍ବବେଦ ପୈପ୍ପଲାଦ ସଂହିତା ବିଂଶତି-କାଣ୍ଡର ଦୁର୍ଲଭ ଓଡିଆ ଲିପି ଗ୍ରନ୍ଥଟି ପୁରୀସ୍ଥିତ ଗୋବର୍ଦ୍ଧନ ମଠାଧୀଶ ସ୍ୱାମୀପାଦ ଶ୍ରୀଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସ୍ୱରସ୍ୱତୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ନାତକୋତର ବେଦ ବିଭାଗୀୟ ମୁଖ୍ୟ ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ଦିବାକର ମହାପାତ୍ର, ବିଶିଷ୍ଟ ପଣ୍ଡିତଗଣ ଓ ସନ୍ୟାସୀମାନେ ଯୋଗ ଦେଇ ପୁସ୍ତକଟିର ପ୍ରସାରଣ ତଥା ସଫଳତା କାମନାକରିବା ସହିତ ବେଦ ବିଦ୍ୟା ବିଷୟରେ ଆଲୋଚନା କରିଥିଲେ । ବେଦ ପ୍ରଫେସର ଡକ୍ଟର ଦିବାକର ମହାପାତ୍ରଙ୍କ ଦ୍ୱାରା ପୁସ୍ତକଟିର ସମୀକ୍ଷା ହୋଇଥିଲା । ଏହି ପୁସ୍ତକଟିର ଲେଖକ ସଂଗ୍ରାହକ ତଥା ପ୍ରକାଶକ ପଣ୍ଡିତ ପ୍ରହରାଜ ପ୍ରାରମ୍ଭରେ ପୁସ୍ତକ ଆବଶ୍ୟକତା ସମ୍ବନ୍ଧରେ ସୁଚନା ଦେଇଥିଲେ । ପୂର୍ବରୁ ପଣ୍ଡିତ ପ୍ରହରାଜଙ୍କ ଲିଖିତ ପୌପ୍ପଲାଦ ନିତ୍ୟାଚାର ସନ୍ଧ୍ୟା ତର୍ପଣଚର ୁସଂକ୍ଷିପ୍ତ ହୋମପୂଜାଦି ପଦ୍ଧତିଃ ଗ୍ରନ୍ଥଟି ସ୍ୱୀକୃତିଲାଭ କରିଛି ।
ସିଂହଭୂମି ଜିଲ୍ଲା ପାରୁଲିଆ ଶାସନ ଠାରେ ୧୯୪୮ ମସିହା ମାର୍ଚ୍ଚ ୨୦ରେ ପିତା ସ୍ୱର୍ଗତ ବସନ୍ତ କୁମାର ପ୍ରହରାଜ, ମାତା ସ୍ୱର୍ଗତ ଶାରଦାମଣି ପ୍ରହରାଜଙ୍କଠାରୁ ଶ୍ରୀ ପ୍ରହରାଜ ଜନ୍ମ ଗ୍ରହଣ କରିଥିଲେ । ୧୯୭୦ ମସିହାରୁ ବିଭିନ୍ନ ସ୍ଥାନରେ ଅଧ୍ୟାପନା କାର୍ଯ୍ୟ ପ୍ରାରମ୍ଭ କରି ୨୦୦୬ ମସିହା ମାର୍ଚ୍ଚ ୩୧ରେ ବାରିପଦାସ୍ଥିତ ଏମ.କେ.ସି. ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।
ଲେଖକ, ସଂଗ୍ରାହକ, ପ୍ରକାଶକ ପଣ୍ଡିତ ଶ୍ରୀ ଆଦିତ୍ୟ କୁମାର ପ୍ରହରାଜ ଜଣେ ଲବ୍ଧ ପ୍ରତିÂ ସଂସ୍କୃତ ବିଦ୍ୱାନ, କର୍ମକାଣ୍ଡଜ୍ଞ ଦେବଜ୍ଞ ହୋଇଥିବା ସହିତ ବେଦ ସଂସ୍କୃତ ଅଧ୍ୟୟନ ଅଧ୍ୟାପନା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଅଟନ୍ତି । ଭାରତର କୋଣ ଅନୁକୋଣରେ ବିଭିନ୍ନ ସମୟରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି । ସଂସ୍କୃତ ଶିକ୍ଷକ କାର୍ଯ୍ୟରତ ଥିବା ସମୟରେ ନୂତନ ଭାବେ ପ୍ରତିÂିତ ଭାରତ ସରକାରଙ୍କ ଅଧୀନ ମହର୍ଷି ସାନ୍ଦୀପନି ରାଷ୍ଟୀୟ ବେଦବିଦ୍ୟା ପ୍ରତିÂାନ ତରଫରୁ ନିଜ ଗୃହରେ ଗୁରୁକୁଳ ଶିଷ୍ୟମାନଙ୍କର ବେଦାଧ୍ୟାପନା କାର୍ଯ୍ୟ ସଂପାଦନ କରୁଥିଲେ । ତାଙ୍କର ଏହି ମହତ୍ କାର୍ଯ୍ୟ ନିମନ୍ତେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।