ନୂଆପଡ଼ା – ଆସନ୍ତାକାଳି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ନୂଆପଡା ଜିଲ୍ଲାର ଖଡିଆଳ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚଳଚଂଚଳ ହୋଇପଡିଛି । ବିଶେଷ କରି ହାଟ, ବଜାର, ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଜିଲ୍ଲାର ଖଡିଆଳ ସହର ସମେତ ଅନ୍ୟାନ୍ୟ ସହର ମାନଙ୍କରେ ପ୍ରବଳ ଭୀଡ ପରିଲକ୍ଷିତ ହେଉଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଲର ମହିଲା ମାନେ ନ୍ଖକ୍ସ ନିଜ ଘର, କପଡାକୁ ସଫାସୁତୁରା କରିବା ସହ ମାଟି ଘରକୁ ମାଟି ଲେପନ କରାଯାଉଥିବା ବେଳେ ସିମେଂଟ ଘରକୁ ଚୁନ ବୋଳାଯାଉଛି । ଦେବାଦେବୀ ମନ୍ଦିର ମଧ୍ୟ ସଜାଯାଉଛି । ନୂଆଁଖାଇ ପାଇଁ ଚୁଡା ତିଆରି ପାଇଁ ଛେଟକା ଧାନ ବାହାର ଅଞ୍ଚଳରୁ ଅଣାଯାଇ ସହର ମାନଙ୍କରେ ବିକ୍ରୟ କରାଯାଉଛି । ଏହି ଅଞ୍ଚଳରେ ଧାନ ଚାଷ ହୋଇନଥିବାରୁ ଧାନ କିଣି ଘରକୁ ଲୋକେ ନେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷର ସ୍ୱଳ୍ପ ବୃଷ୍ଟି ପାଇଁ ନୂଅ।।ପଡା ଅଞ୍ଚଳରେ ଏହି ଧାନ ଉତ୍ପାଦନ ହୋଇପାରିନଥିବାରୁ ବାହାରୁ ବେପାରୀ ମାନେ ଏହି ଧାନ ଆଣି ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ମରୁଡି ପାଇଁ ଲୋକେ ଚିନ୍ତିତ ରହିଥିବା ବେଳେ କୃଷି ବୀମା, ଇନପୁଟ ସବସିଡି, କାଳିଆ ଟଙ୍କା ନମିଳିବା ଚାଷିଙ୍କ ପାଇଁ ନୂଆଖାଇ ସମସ୍ୟାରେ ପକାଇଛି । ତଥାପି ଲୋକେ ନିଜର ପାରୁପର୍ଯ୍ୟନ୍ତ ଏହି ପର୍ବକୁ ଧୁମଧାମରେ ପାଳନ କରିବା ।ଗି ପଡିଛନ୍ତି । କିଛି ଗରିବ ଦାଦନ ପରିବାର ଦଲାଲଙ୍କ ଠାରୁ ଟଙ୍କା ବଇନା ମଧ୍ୟ ନେଉଥିବା ଦେଖିବାକୁ ମିଳିଛି ।
Related Stories
October 25, 2024