କେନ୍ଦୁଝର – କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡି ଗ୍ରାମର ବନମାଳୀ ଦେହୁରୀ ରବିବାର ଦିନରୁ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକମାନେ ତାଙ୍କୁ ବିଭିନ୍ନସ୍ଥାନ ଖୋଜି ଥିଲେ ମଧ୍ୟ କେଉଁଠାରେ ସେ ମିଳି ନଥିଲେ କିମ୍ବା ତାଙ୍କ ସଂପର୍କରେ କୋ÷÷ଣସି ଠାରେ କିଛି ବି ସୂଚନା ମିଳିନଥିଲା । ଫଳରେ ପରିବାର ଲୋକଙ୍କ ପକ୍ଷରୁ ଏ ସଂପର୍କରେ ଥାନାରେ ସୂଚନା ଦିଆଯିବା ପରେ ଥାନାରେ ନିରୁଦ୍ଧିଷ୍ଟର ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ପରେ ବନମାଳୀ ଦେହୁରୀଙ୍କ ଜୋତା ଓ ଗାମୁଛା ଗାଁର ପୋଖରୀ ହୁଡାରେ ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଜଣା ପଡିବା ପରେ ତୁରନ୍ତ ତାଙ୍କୁ ପୋଖରୀରେ ବୁଡିଯାଇଥିବା ସନ୍ଦେହ କରି ଖୋଜା ଯାଇଥିଲା । ଏବଂ ତେଲକୋଇ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦିଆ ଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜା ଖୋଜି ପରେ ରବିବାର ତାଙ୍କୁ ଠାବ କରିବା ସମ୍ଭବ ହୋଇପାରି ନଥିଲା । ଆଜି ପୁଣି ସକାଳୁ ପୋଖରୀରେ ଖୋଜା ଖୋଜି ପରେ ସେଠାରୁ ବନମାଳୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବନମାଳୀଙ୍କର ଘର ରୁଗୁଡି ଗ୍ରାମରେ ହୋଇଥିବାବେଳେ ତାଙ୍କ ବୟସ ୪୫ ବର୍ଷ ବୋଲି ଜଣା ପଡିଛି । ରବିବାର ଦିନ ପ୍ରାୟ ୧୨ଟାବେଳେ ସେ ପୋଖରୀକୁ ଗାଧୋଇକୁ ଯାଇଥିବା କୋ÷÷ଣସି କାରଣରୁ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପୋଖରାରେ ବୁଡିଯିବା ପରେ ଆଉ ବାହାରି ପାରି ନଥିଲେ ।
Related Stories
October 25, 2024