
ଗଞାମ– ପୋଡାମାରୀ ଫାଣ୍ଡି ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ଦିଗପହଣ୍ଡି – ତପ୍ତପାଣି ମୁଖ୍ଯରାସ୍ତା ଧର୍ମପୁର ଛକ ନିକଟରେ ଏକ ଦୁଦାମୂଳରୁ ଜଣେ ମୃତ ବୃଦ୍ଧଙ୍କ ଶବ ପୁଲିସ ଜବତ କରିଛି। ମୃତକ ଜଣକ ହେଲେ ଧର୍ମପୁର ଗ୍ରାମର ବି. ଜୁରିଆ (୬୪)। ସେ ଦୁଇ ଦିନ ହେଲା ନିଖୋଜ ଥିଲେ । କୌଣସି ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ପୁଲିସ୍ ଅନୁମାନ କରୁଛି । ପୁଲିସ୍ ଶବ ବ୍ଯବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ୨୧୯/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଫାଣ୍ଡି ଅଧିକାରୀ ପରମେଶ୍ୱର ମଲ୍ଳିକ ସୂଚନା ଦେଇଛନ୍ତି ।