ନୂଆପଡ଼ା – ନୂଆପଡା ଜିଲ୍ଲାର ଖଡିଆଳ ସହର ହେଉଛି ଏକ ପ୍ରମୁଖ ସହର । ଖଡିଆଳ ସହରରେ ବ୍ୟବସାୟୀ ମାନେ ବହୁତ ବଡ ବଡ କପଡା ଦୋକାନ ମାନ କରିଛନ୍ତି । ନୂଆପଡା ଜିଲ୍ଲା ତଥା ଆଖପାଖ ବ୍ଲକ ମାନଙ୍କରେ ବଡ ବଡ କପଡା ଦୋକାନ ନଥିବାରୁ ଖଡିଆଳକୁ ଆସି କପଡା କିଣିଥାନ୍ତି । ଦିର୍ଘ ବର୍ଷ ହେଲା ଖଡିଆଳର କପଡା ବ୍ୟବସାୟୀ ମାନେ ବିକ୍ରୀ କରାଯାଉଥିବା ବିଭିନ୍ନ ନୂତନ କପଡା ମାନଙ୍କରେ ଫିକ୍ସରେଟର ଲେବୁଲ ଲଗାଇ ବିକ୍ରୟ କରୁଛନ୍ତି । କେଉଁ କପଡାର ମାନ କଣ ତାହାର ପ୍ରକାର କଣ ପ୍ରକୃତ ରେଟ କଣ ତାହା କପଡା କ୍ରୟ କରୁଥିବା ହିତାଧିକାରୀ ମାନେ ଜାଣି ନାହାନ୍ତି । ଏହାର ସୁଯୋଗ ନେଇ କପଡା ବ୍ୟବସାୟ କରୁଥିବା ଦୋକାନୀ ମାନେ କମ ରେଟର କପଡା ମାନଙ୍କୁ ଅଧିକ ରେଟ୍ରେ ଲେବୁଳ ଲଗାଇ ବିକ୍ରୟ କରି ମାଲେମାଲ ହେଉଛନ୍ତି । ଜଣେ କପଡା ଦୋକାନୀ ଏହିପରି ଫିକ୍ସ ରେଟର ଲେବୁଳ ଲଗାଇ ବିକ୍ରୟ କରି ଏକ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା କମାଇ ବହୁତ ବିରାଟ ବିରାଟ କପଡା ଦୋକାନ ମାନ କରୁଥିବା ଦେଖିବାକୁ ମିଲିଛି । କପଡା କେଉଁ ମାନର କେତେ ରେଟ ଲାଗିବା କଥା ଏହା ଉପରେ ମଝିରେ ମଝିରେ ସେଲଟେକ୍ସ ବିଭାଗ ଚଢାଉ କରି ଦେଖିବା କଥା । କିନ୍ତୁ ସେଲଟ୍ୟାକ୍ସ ବିଭାଗ ଏହି କପଡା ବ୍ୟବସାୟୀ ମାନଙ୍କ ଠାରୁ ମୋଟା ଅଙ୍କରେ ଟଙ୍କା ପାଉଥିବାରୁ ଆରାମରେ କପଡା ବ୍ୟବସାୟୀ ମାନେ ଫିକ୍ସ ରେଟ ଲେବୁଲ ଲଗାଇ ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ବର୍ତମାନ ନବାନ୍ନ ଭକ୍ଷଣ ସମୟ ଥିବାରୁ ରେଟ ଲେବୁଲ ଅଧିକ ଲଗାଇ କପଡା ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ସେଲଟ୍ୟାକ୍ସ ବିଭାଗ ଦୃଷ୍ଟି ଦେଉନଥିବାରୁ କପଡା ବ୍ୟବସାୟୀ ମାନେ ଏପରି କାମ କରୁଥିବାରୁ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଦୁର୍ନିତି କରୁଥିବା କପଡା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
October 25, 2024