ଭୁବନେଶ୍ୱର – ଗତକାଲି ଦିଲ୍ଲୀର ଜେଏନୟୁରେ ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ହେଇଥିବା ଅମାନୁଷିକ ଆକ୍ରମଣକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଜେନୟୁରେ ଦୁର୍ବୃତ ମାନଙ୍କ ଆତଙ୍କରାଜ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନେବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଛାତ୍ର ସମାଜ ଉପରେ ହୋଇଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ସାରା ଦେଶରେ ଛାତ୍ର ସମାଜ ବିରୋଧ କରିଛି । ଶିକ୍ଷାର ମନ୍ଦିରରେ ହିଂସାର ସ୍ଥାନ ନାହିଁ ବୋଲି ବିଜୁ ଜନତା ଦଳର ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଏଭଳି ଘଟଣାକୁ ନିନ୍ଦାକରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁÂାନ ମାନଙ୍କରେ ହିଂସାରେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ଏଭଳି ହିଂସାକାଣ୍ଡଙ୍କୁ ନିନ୍ଦା କରି ସମଗ୍ର ରାଜ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ରାଲି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇଛି ।