ଗଞ୍ଜାମ – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ତଥା ବର୍ତମାନ ଢ଼େଙ୍କାନାଳ ଜିଲ୍ଲାରେ ଅବସ୍ଥାପିତ ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆଜି ସକାଳେ ତାଙ୍କ ବ୍ରହ୍ମପୁର ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ଶିଶୁପାଳଗଡ଼ସ୍ଥିତ ଘର, ଢ଼େଙ୍କାନାଳ ଅଫିସ୍, ସରକାରୀ ବାସଭବନ ସମେତ ମୋଟ୍ ୬ଟି ସ୍ଥାନରେ ଏକ ସଙ୍ଗେ ଚଢ଼ଉ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଆୟ ବର୍ହିଭୂତ ସମ୍ପତି ବାବଦରେ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 24, 2024
November 24, 2024