ଭୁୁବନେଶ୍ୱର – ଜାତୀୟ ପ୍ରେସ୍ ଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାବିଦ୍ୟାଳୟସ୍ତରୀୟ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଅନୁÂିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରାୟ ୨୦ଟିରୁ ଊଦ୍ଧ୍ୱର୍ ଶିକ୍ଷାନୁÂାନର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସୁଶ୍ରୀ ଆକାଂକ୍ଷା ମହାପାତ୍ର ପ୍ରଥମ, ଏସ୍ସିବି ମେଡିକାଲ୍ କଲେଜର ପ୍ରୀତିମାନ୍ ମିଶ୍ର ଦ୍ୱିତୀୟ ଏବଂ ଓଡ଼ିଶା କୃଷି ଓ ବୈଷିୟକ ବିଶ୍ୱବିଦ୍ୟାଳୟର ସୁଶ୍ରୀ ଦିବ୍ୟସ୍ୱରୂପା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ମଧୁସୂଦନ ଆଇନ ମହାବିଦ୍ୟାଳୟର ଅମିତ କୁମାର ଦେବନାଥ ପ୍ରଥମ, ରାମଦେବୀ ମହିଳା ବିଶ୍ୱବିଦ୍ୟାଳୟର ସୁଶ୍ରୀ ପଲ୍ଲବିତା ସାହୁ ଦ୍ୱିତୀୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଶ୍ୱରଞ୍ଜନ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଅନୁÂିତ ଏହି ପ୍ରତିଯୋଗିତାରେ “ଉକ୍ରଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ୍ ମହାନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡ. ସନ୍ତୋଷ
ତ୍ରିପାଠୀ, ବରିÂ ସାମ୍ବାଦିକ ଡ. ଅଶୋକ ଚନ୍ଦ୍ର ପଣ୍ଡା, ଗୁରୁକଲ୍ୟାଣ ମହାପାତ୍ର ଓ ଦିଳ୍ଲୀପ ବିଶୋୟୀ ବି·ରକ
ଭାବରେ ଯୋଗଦେଇଥିବାବେଳେ ବିଭାଗର ଯୁଗ୍ମ ନିଦେ୍ର୍ଧଶକ ସୁଭାଷ ସୂପକାର ଉପସ୍ଥିତ ଥିଲେ । ବରିÂ ସୂଚନା ଅଧିକାରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ସହକାରୀ ନିଦେ୍ର୍ଧଶକ (ରଚନା) ବିଶ୍ୱଜିତ ଦାଶ, ସହକାରୀ ସୂଚନା ଅଧିକାରୀ ସୁଜିତ ସ୍ୱାଇଁ ପ୍ରମୁଖ ପ୍ରତିଯୋଗିତା ପରି·ଳନା କରିଥିଲେ ।
ଶନିବାର ପୂର୍ବାହ୍ନ ୧୧ଟାରେ ଗୀତଗୋବିନ୍ଦ ସଦନଠାରେ ବିଭାଗ ପକ୍ଷରୁ ଅନୁÂିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବେ ।