-
ଜଗନ୍ନାଥପୁର ଷ୍ଟେଶନ୍ରେ ସ୍ୱାଗତକଲା ଜିଲ୍ଲା ପ୍ରଶାସନ
ବ୍ରହ୍ମପୁର: ୨ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ରାଜ୍ୟ ବାହାରେ ଫଶି ରହିଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡାର ପ୍ରଥମ ଦିନରେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ରେଳ ଷ୍ଟେଶନ୍ରେ ରବିବାର ଦିନ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଳାରୁ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଘରକୁ ବାହୁଡିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ୍ ଶୋଭାଯାତ୍ରାରେ ଆସିଥିବା ଶ୍ରମିକମାନଙ୍କୁ ସ୍ୱାଗତ କରିବା ସହ ଷ୍ଟେଶନ୍ରେ ସେମାନଙ୍କ ସ୍କ୍ରିନିଂ କରାଯାଇଛି । ରବିବାର ଦିନ ବଡିଭୋର ୫ଟା ବେଳେ କେରଳରୁ ଗଞ୍ଜାମ ଜିଲ୍ଲାରୁ ୧୩୧ ଜଣ, କନ୍ଧମାଳ ଜିଲାର ୩୫୩, ରାୟଗଡାର ୧୭, କୋରାପୁଟର ୧, ନବରଙ୍ଗୁପରର ୩ ଜଣ ଓ ବୌଦ୍ଧର ୬ଜଣ ଓହ୍ଲାଇଥିଲେ । ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲ୍ଲାର ଅଧିକାରୀମାନେ ମାସ୍କ, ସାନିଟାଇଜର ଓ ଜଳଖିଆ ଦେଇ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ନେଇଥିଲେ ।
ରବିବାର ସନ୍ଧ୍ୟାରେ ଗୁଜୁରାଟର ସୁରଥ ସହରକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ୧୨୦୦ଜଣ ପ୍ରବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ପହଞ୍ôଚଥିଲା । ପୂର୍ବଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସ୍କ୍ରନିଂ କରାଯାଇ ନିଜ ନିଜ ବ୍ଲକ୍ ଅଞ୍ଚଳକୁ ବ୍ଲକ୍ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ସ୍ୱତନ୍ତ୍ର ବସ୍ ଯୋଗେ ପଠାଯାଇଥିଲା । ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ୍ପି ବ୍ରିଜେଶ କୁମାର ରଏ ପ୍ରମୁଖ ପହଞ୍ôଚ ପ୍ରବାସୀ ଓଡ଼ିଆଙ୍କୁ ଉଚିତ ସେବା ଯୋଗାଉଥିବା ବେଳେ ଗଞ୍ଜାମ ପ୍ରବାସୀ ଓଡ଼ିଆଙ୍କ ଆଗମନର ନୋଡାଲ ଅଧିକାରୀ ଭାବେ ଦାୟୀତ୍ୱରେ ଥିବା ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନ ପହଞ୍ôଚ ସ୍ଥିିତି ଅନୁଧ୍ୟାନ କରିଥିଲେ ।
ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ପୋଲିସ ଫୋର୍ସ ନେଇ ଷ୍ଟେଶନ୍ରେ ଉପସ୍ଥିତରହି ପ୍ରବାସୀ ଓଡ଼ିଆଙ୍କୁ ଉଚିତ ସମ୍ମାନଦେଇ ନିଜ ନିଜ ଭିଟାମାଟିକୁ ପଠାଇଥିଲେ । ଷ୍ଟେଶନ୍ରେ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ପାଇଁ ଜଳଖିଆ, ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ଶତାଧିକ ବସ୍ରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଲାଗିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖିବା ବର୍ତ୍ତମାନ ଏବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଲଟିଛି ।