ଭୁବନେଶ୍ୱର – ବିଜୁ ଜନତା ଦଳ ଓଡିଶାବାସୀଙ୍କ ଦଳ । ସାଢେ ୪ କୋଟି େଓଡିଶାବାସୀ ବିଜୁ ଜନତା ଦଳର ପରିବାର । ରାଜ୍ୟର ପ୍ରତି ସହର , ପ୍ରତି ଗାଁ ଓ ପ୍ରତି ଘରୁ ବିଜୁ ଜନତା ଦଳ ଆଶୀର୍ବାଦ ପାଇଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସୋମବାର ଦିନ ବିଜେଡିର ରାଜ୍ୟସ୍ତରୀୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତା , ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏହି ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଆମେ ପୁଣି ଥରେ ସେମାନଙ୍କୁ ଭେଟିବା । ମା ମାନଙ୍କୁ , ଚାଷୀ ଭାଇ ଭଉଣୀ ମାନଙ୍କୁ , ଯୁବକ ଓ ସାଧାରଣ ଲୋକଙ୍କୁ ଭେଟିବା ଓ ସେମାନଙ୍କ ଆଶୀର୍ବାଦ ନେବା । ସେମାନଙ୍କ ଭଲ ମନ୍ଦ ବୁଝିବା ସହ ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ୍ କରିବା । ଓଡିଶାବାସୀଙ୍କ ସହଯୋଗରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ ।