ଚଣ୍ଡିଗଡ– ପଂଜାବର ଲୁଧିଆନା ଜିଲ୍ଲାରେ ଆମ୍ ଆଦମୀ ପାର୍ଟିରୁ ବିଧାୟକ ଗୁରପ୍ରୀତ ସିଂହ ବସ୍ତି ଓରଫ୍ ଗୋଗିଙ୍କୁ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି । ଗୋଗି ଲୁଧିଆନା ୱେଷ୍ଟ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।
ଶୁକ୍ରବାର ରାତି 12ଟା ବେଳେ ଏହି ଘଟଣା ଘଟିଥିଲା । ଗୋଗି ଏକ କାର୍ଯ୍ୟକ୍ରମରୁ ଫେରିବା ପରେ ନିଜ ଲାଇସେନ୍ସ ପିସ୍ତଲ ସଫା କରୁଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଛି । ପରିଜନ ଓ ସୁରକ୍ଷାକର୍ମୀ ଗୋଗିଙ୍କୁ ଲୁଧିଆନାର ଡିଏମସି ହସ୍ପୀଟାଲ ନେଇକରିଯାଇଥିଲେ, ମାତ୍ର ପ୍ରାୟ 2ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।