-
ଗୋଟିଏ ଦିନରେ ୭୦୦ ସୁସ୍ଥ, ୨୭୯ ସଂକ୍ରମିତ, ୩ମୃତ
ବ୍ରହ୍ମପୁର: କୋଭିଡ୍ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସଂକ୍ରମିତ ହେବା, ଗୋଟିଏ ଦିନରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ଘଟିବା ରେକର୍ଡ କରିଥିବା ଗଞ୍ଜାମ ଜିଲ୍ଲା ଶୁକ୍ରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଶୁକ୍ରବାର ଜିଲ୍ଲାରେ ରେକର୍ଡ ସଂଖ୍ୟକ ୭୦୦ କରୋନା ରୋଗୀ ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି । ଏହା ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର । ଜିଲ୍ଲାରେ ଶୁକ୍ରବାର ୨୭୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଶୁକ୍ରବାର ୫୦ବର୍ଷୀୟ, ୫୨ବର୍ଷୀୟ ଓ ୬୨ବର୍ଷୀୟ ୩ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୧ରେ ପହଁଚିଛି । ଏଥିମଧ୍ୟରେ ୧୨୩ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୮ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଶୁକ୍ରବାର ୨୭୯ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୭ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୫୧ଜଣ ରହିଛନ୍ତି । ୨୭ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୪, ବିଏମ୍ସି ୬, ଭଞ୍ଜନଗର ୨, ଛତ୍ରପୁର ୧, ଚିକିଟି ୩, ଖଲ୍ଲିକୋଟ ୧, ପୋଲସରା ୨, ରଙ୍ଗେଇଲୁଣ୍ଡା ୫ ଓ ସୋରଡା ବ୍ଳକ୍ରୁ ୩ଜଣ ରହିଛନ୍ତି । ରାଜ୍ୟଫେରନ୍ତା ଆକ୍ରାନ୍ତଜଣକ ବେଲଗୁଣ୍ଠା ବ୍ଲକ୍ର । ସେହିପରି ୨୫୧ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଲଗୁଣ୍ଠା ୨୫, ବିଏମ୍ସି ୩୨, ଭଞ୍ଜନଗର ୧୫, ବୁଗୁଡା ୨, ଛତ୍ରପୁର ୨୦, ଚିକିଟି ୧୬, ଦିଗପହଣ୍ଡି ୮, ଗଞ୍ଜାମ ୨, ହିଞ୍ଜିଳିକାଟୁ ୧, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୩, ଖଲ୍ଲିକୋଟ ୧୭, କୁକୁଡାଖଣ୍ଡି ୬, ପାତ୍ରପୁର ୧୫, ପୋଲସରା ୩, ପୁରୁଷୋତ୍ତମପୁର ୨୩, ରଙ୍ଗେଇଲୁଣ୍ଡା ୧୯, ସାନଖେମୁଣ୍ଡି ୨୨, ଶେରଗଡ ୫, ସୋରଡା ବ୍ଲକ୍ରୁ ୫ ଓ ଅନ୍ୟାନ୍ୟ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୨୩୫୯ରେ ପହଞ୍ôଚଥିବା ବେଳେ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୯୬୧୧ରେ ପହଂଚିଛି । ଜିଲ୍ଲାରେ ଏବେ ୨୬୨୫ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।